Worksheetsବିଜ୍ଞାନ (ଜୀବ ଓ ଭୌତିକ ବିଜ୍ଞାନ)- ଦଶମ ଶ୍ରେଣୀ
Total questions: 50
Worksheet time: 38mins
ଜୀବ ଶରୀରରେ ସମନ୍ଵିତଭାବେ ଚାଲୁଥିବା ଅହରହ ଅସଂଖ୍ୟ ପ୍ରକ୍ରିୟାକୁ କଣ କୁହାଯାଏ ?
ଭୌତିକ ପ୍ରକ୍ରିୟା
ରାସାୟନିକ ପ୍ରକ୍ରିୟା
ଆଲୋକ ପ୍ରକ୍ରିୟା
କୈବ ରାସାୟନିକ ପ୍ରକ୍ରିୟା
ଶରୀରରେ ଜୈବ ରାସାୟନିକ ପ୍ରକ୍ରିୟା ଚାଲିବ ପାଇଁ ଶରୀରକୁ କଣ ଦରକାର ହୋଇଥାଏ ?
ଜଳ
ସୁର୍ଯାଲୋକ
ଶକ୍ତି
ଯତ୍ନ
କୋଷ, ଟିସୁ ତଥା ଅଙ୍ଗ ପ୍ରତେଙ୍ଗ ଗଠନ ଅର୍ଥାତ ଶରୀର ଗଠନ ପାଇଁ ଜୀବ ଶରୀର କଣ ଆବଶ୍ୟକ କରେ ।
ଖାଦ୍ୟ
ଜରୁରୀ ଉପାଦାନ
ଜଳ
ପୋଷଣ
ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ କାହା ଜରିଆରେ ହୋଇଥାଏ ?
ଶ୍ଵସନ
ରେଚନ
ପୋଷଣ
ଚୟ-ପ୍ରକ୍ରିୟା
ସବୁଜ ଉଦ୍ଭିଦ କେଉଁ ପ୍ରକ୍ରିୟାରେ ନିଜର ଖାଦ୍ୟ ପ୍ରସ୍ତୁତ କରିଥାଏ ?
ରସାୟଶ୍ଲେଷଣ
ଭୌତିକ ପ୍ରକ୍ରିୟା
ଆଲୋକଶ୍ଲେସଣ
ବିସ୍ଥାପନ ପ୍ରକ୍ରିୟା
ପ୍ରାଣୀ ଓ ଅନ୍ୟ ସମସ୍ତ ଜୀବ ଖାଦ୍ୟ ପାଇଁ ପ୍ରତ୍ୟୋକ୍ଷ ଓ ପରୋକ୍ଷ ଭାବରେ କାହା ଉପରେ ନିର୍ଭର କରନ୍ତି ।
ପୃଥିବୀ
ଉଦ୍ଭିଦ
ଅଣୁଜୀବ
ଜଳ
ଖାଦ୍ୟ ସାଧାରଣତଃ କେଉଁ ଅବସ୍ଥା ରେ ରହିଥାଏ ?
କଠିନ
ତରଳ
ଜଟିଳ
ଅର୍ଦ୍ଧ-ତରଳ
ଜଟିଳ ଖାଦ୍ୟ ଜୀବ ଶରୀରରେ କେଉଁ ରୂପରେ ପରିଣତ ହୁଏ ?
ସରଳ ଉପାଦାନ
ରକ୍ତ
ହାଡ
ଟିସୁ
ଜୀବ ଶରୀରରେ ସରଳଖାଦ୍ୟର ଜାରଣ ହେଇ ସେଥିରୁ କଣ ହୋଇଥାଏ ?
ଅପଚୟ
ଜାରଣ
ଶକ୍ତି ମୋଚନ
ଟିସୁ ତିଆରି
ଶକ୍ତି ମୋଚନ ଏକ ତଥାକଥିତ କେଉଁ ପ୍ରକ୍ରିୟା ଅଟେ ?
ଗଠନମୂଳକ ପ୍ରକ୍ରିୟା
ଧଂସାତ୍ମକ ପ୍ରକ୍ରିୟା
ଜାରଣ ପ୍ରତିକ୍ରିୟା
ଭୌତିକ ପ୍ରକ୍ରିୟା
ଜୀବ ଶରୀରର ସରଳ ଖାଦ୍ୟର ଜାରଣ ଘଟି ସେଥିରୁ ଶକ୍ତି ମୋଚନ ହେବାକୁ କେଉଁ ପ୍ରକ୍ରିୟା କୁହାଯାଏ ?
ଚୟ ପ୍ରକ୍ରିୟା
ଆଲୋକଶ୍ଳେଷଣ ପ୍ରକ୍ରିୟା
ଅପଚୟ ପ୍ରକ୍ରିୟା
ଜୈବରାସାୟନିକ ପ୍ରକ୍ରିୟା
ଖାଦ୍ୟରୁ ଶରୀର ଗଠନ ପାଇଁ ଆବଶ୍ୟକ ଉପାଦାନର ସୃଷ୍ଟି ହେବା କୁ କେଉଁ ପ୍ରକ୍ରିୟା କୁହାଯାଏ ?
ଚୟାପଚୟ ପ୍ରକ୍ରିୟା
ଅପଚୟ ପ୍ରକ୍ରିୟା
ଚୟ ପ୍ରକ୍ରିୟା
ରସାୟଶ୍ଲେସଣ ପ୍ରକ୍ରିୟା
ଏଥିମଧ୍ୟରୁ କାହା ଉପରେ ନିର୍ଭର କରି ଖାଦ୍ୟକୁ ଶ୍ରେଣୀବିଭାଗ କରାଯାଏ ?
ସ୍ଵାଦ
ଉପାଦାନ
ରାସାୟନିକ ଗଠନ
ପରିମାଣ
ଶର୍କରା ଓ ମଣ୍ଡଦ କେଉଁ ଜାତୀୟ ଖାଦ୍ୟ ଅଟେ ?
ପୁଷ୍ଟିସାର
ସ୍ନେହସାର
ଶ୍ଵେତ ସାର
ଜଳ
ଫଳରସ ଓ ପନିପରିବାରେ କେଉଁ ଜାତୀୟ ଶ୍ଵେତସାର ରହିଥାଏ ?
ସୁକ୍ରୋଶ
ମଣ୍ଡଦ
ଗ୍ଲୋକୋଜ
ସୁକ୍ରୋଜ
ସୁକ୍ରୋଜ ଜାତୀୟ ଶ୍ଵେତସାର କେଉଁ ଖାଦ୍ୟରେ ରହିଥାଏ ?
ଆଳୁ
ରୁଟି
ଚିନି
ପନିପରିବା
ଡାଲିଜାତୀୟ ଖାଦ୍ୟ ରେ କେଉଁ ଖାଦ୍ୟସାର ରହିଥାଏ ?
ଭିଟାମିନ
ଜଳ
ପୁଷ୍ଟିସାର
ଶ୍ଵେତସାର
ନୂତନ କୋଷ ତିଆରି ରେ କେଉଁ ଖାଦ୍ୟସାରର ପ୍ରମୁଖ ଭୂମିକା ଥାଏ।
ଜୀବ ସାର
ପୁଷ୍ଟିସାର
ଶ୍ଵେତସାର
ଭିଟାମିନ
କେଉଁ ଅମ୍ଳର ଶୃଙ୍ଖଳ ରେ ପୁଷ୍ଟିସାର ତିଆରି ହୋଇଥାଏ ?
ଗ୍ଳୁକୋଜ
ଫାଟି ଏସିଡ
ଏମିନୋ ଅମ୍ଳ
ସୋଡିଅମ
ଅଣ୍ଡାର ହଳଦିଆ ଅଂଶରେ କେଉଁ ଖାଦ୍ୟସାର ରହିଥାଏ ?
ପୁଷ୍ଟିସାର
ଶ୍ଵେତସାରା
ସ୍ନେହସାର
ଜଳ
ଏକ ଗ୍ରାମ ଶ୍ଵେତସାର କେତେ କିଲୋଜୁଲ ଶକ୍ତି ଉତ୍ପନ ହୋଇଥାଏ ?
17 kJ
32 kJ
16 kJ
22 kJ
ଗ୍ଳୁକୋଜ ର ଜାରଣ ଘଟି ସେଥିରୁ ଅଙ୍ଗାରକାମ୍ଳ, ଜଳ ଓ ଶକ୍ତି ଉତ୍ପନ ହେବାକୁ କଣ କୁହାଯାଏ ?
ରେଚନ
କୋଷିୟ ଶ୍ଵସନ
ପୋଷଣ
ଜନାନ
ଆୟନ ସନ୍ତୁଳନ କରିବାରେ କେଉଁ ଖାଦ୍ୟ ସାରର ପ୍ରମୁଖ ଭୂମିକା ରହିଛି ?
ପୁଷ୍ଟିସାର
ଧାତୁସାର
ସ୍ନେହସାର
ଶ୍ଵେତସାର
ଦାନ୍ତ ଓ ହାଡ ଗଠନରେ କେଉଁ ଧାତୁସାର ଆବଶ୍ୟକ ହୋଇଥାଏ ?
ଲୌହ
ସୋଡିଅମ
କ୍ୟାଲ୍ସିୟମ
ଜିଙ୍କ
ହିମୋଗ୍ଲୋବିନ କେଉଁ ରକ୍ତକୋଷରେ ରହିଥାଏ ?
ଶ୍ଵେତ-ରକ୍ତ କଣିକା
ଲୋହିତରକ୍ତ କଣିକା
ଅଣୁ -ଚକ୍ରିକା
ପ୍ଲାଜମା
ଗୋଟିଏ ବସ୍ତୁମଧ୍ୟରେ ରାସାୟନିକ ପରିବର୍ତ୍ତନ ଘଟିଲେ ତାକୁ ଆମେ କ'ଣ କହିଥାଉ ?
ଭୌତିକ ପ୍ରତିକ୍ରିୟା
ରାସାୟନିକ ପ୍ରତିକ୍ରିୟା
ଜୈବ ପ୍ରତିକ୍ରିୟା
କୁତ୍ରିମ ପ୍ରତିକ୍ରିୟା
ନିମ୍ନଲିଖିତ କେଉଁଟି ଏକ ରାସାୟନିକ ପରିବର୍ତ୍ତନ ନୁହେଁ ?
ଅବସ୍ଥାରେ ପରିବର୍ତ୍ତନ
ଆକୃତିରେ ପରିବର୍ତ୍ତନ
ଗ୍ୟାସର ନିର୍ଗମନ
ତାପମାତ୍ରାରେ ପରିବର୍ତ୍ତନ
ରାସାୟନିକ ପ୍ରତିକ୍ରିୟାକୁ କେଉଁଥିରେ ଉପସ୍ଥାପନା କରାଯାଏ ?
ସମୀକରଣ
ରାସାୟନିକ ସମୀକରଣ
ଗାଣିତିକ ସମୀକରଣ
ଅବସ୍ଥା
ଏକ ରାସାୟନିକ ସମୀକରଣରେ ଥିବା ତୀରଛିନ୍ନର ବାମପାର୍ଶ୍ଵରେ କଣ ଥାଏ ?
ପ୍ରତିକାରକ
ଉତ୍ପାଦ
ବସ୍ତୁ
ପଦାର୍ଥ
ଏକ ରାସାୟନିକ ସମୀକରଣରେ ଥିବା ତୀରଛିନ୍ନର ଡାହାଣ ପାର୍ଶ୍ଵରେ କଣ ଥାଏ ?
ପ୍ରତିକାରକ
ଉତ୍ପାଦ
ବସ୍ତୁ
ପଦାର୍ଥ
ଏକ ରାସାୟନିକ ସମୀକରଣରେ ତୀରଛିନ୍ନଟି ବାମରୁ ଦକ୍ଷିଣ ଦିଗକୁ କାହିଁକି ହୋଇଥାଏ ?
ରାସାୟନିକ ପ୍ରତିକ୍ରିୟାର ଦିଗ ନିର୍ଦ୍ଦେଶ କରେ
ରାସାୟନିକ ପ୍ରତିକ୍ରିୟାର ଅବସ୍ଥା ସୁଚାଏ
ସୁନ୍ଦର ଦେଖା ଯିବା ପାଇଁ
କହିହେବ ନାହି
ରାସାୟନିକ ପ୍ରତିକ୍ରିୟାରେ ଏକାଧିକ ପ୍ରତିକାରକ ଥିଲେ ସେଗୁଡିକ ମଧ୍ୟରେ କେଉଁ ଛିନ୍ନ ବ୍ୟବହାର କରାଯାଏ ?
ଯୁକ୍ତ ଚିହ୍ନ
ବିଯୁକ୍ତ ଚିହ୍ନ
କିଛି ଚିହ୍ନ ବ୍ୟବହାର କରାଯାଏନି
କହିହେବେ ନାହି
ଯଦି ଏକ ରାସାୟନିକ ପ୍ରତିକ୍ରିୟାରେ ଏକାଧିକ ଉତ୍ପାଦ ଥାଏ , ତେବେ ଉପସ୍ଥାପନା କଳା ବେଳେ କେଉଁ ଚିହ୍ନ ବ୍ୟବହାର କରାଯାଏ ?
ବିଯୁକ୍ତ ଚିହ୍ନ
ଯୁକ୍ତ ଚିହ୍ନ
ଯଦି ପ୍ରତ୍ୟେକ ମୌଳିକର ପରମାଣୁ ସଂଖ୍ୟା ତୀରଚିହ୍ନର ଉଭୟ ପାର୍ଶ୍ଵରେ ସମାନ ନଥାଏ , ତେବେ ଆମେ ତାକୁ କଣ ବୋଲି କହିଥାଉ ?
ସମତୁଲ ସମୀକରଣ
ଅସମତୁଳ ସମୀକରଣ
ରାସାୟନିକ ସମୀକରଣ
ଏକ ରାସାୟନିକ ସମୀକରଣରେ କଠିନ ପଦାର୍ଥକୁ କିପରି ସୂଚିତ କରାଯାଇଥାଏ ?
s
l
g
aq
ଏକ ରାସାୟନିକ ସମୀକରଣରେ ତରଳ ପଦାର୍ଥ କୁ କିପରି ସୂଚିତ କରାଯାଇଥାଏ ?
s
l
g
aq
ଏକ ରାସାୟନିକ ସମୀକରଣରେ ଗ୍ୟାସୀୟ ପଦାର୍ଥ କୁ କିପରି ସୁଚେଇଥାଉ ?
s
l
g
aq
ଏକ ରାସାୟନିକ ସମୀକରଣରେ ଜଳରେ ଦ୍ରବଣୀୟ ପଦାର୍ଥକୁ କିପରି ସୁଚାଯାଏ ?
s
l
g
aq
ରାସାୟନିକ ସମୀକରଣ ସମତୁଲ ପ୍ରକ୍ରିୟା ଏକ ନିୟମ ଉପରେ ଆଧାରିତ । ସେହି ନିୟମ ର ନାମ କଣ ?
ବସ୍ତୁତ୍ଵ ନିୟମ
ବସ୍ତୁତ୍ଵ ସଂରକ୍ଷଣ ନିୟମ
ଶକ୍ତି ନିୟମ
ଶକ୍ତି ସଂରକ୍ଷଣ ନିୟମ
'କୌଣସି ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି ହୁଏ ନାହି କିମ୍ବା ବିନାଶ ହୁଏ ନାହି ' -ଏହାକୁ କେଉଁ ନିୟମ କୁହାଯାଏ ?
ଶକ୍ତି ସଂରକ୍ଷଣ ନିୟମ
ବସ୍ତୁତ୍ଵ ସଂରକ୍ଷଣ ନିୟମ
ବସ୍ତୁତ୍ଵ ନିୟମ
ଶକ୍ତି ନିୟମ
ଜିଙ୍କ ଧାତୁ ସହ ସଲଫ୍ୟୁଋକ ଅମ୍ଳ ପ୍ରତିକ୍ରିୟା କଲେ କେଉଁ ରାସାୟନିକ ଯୌଗିକ ସୃଷ୍ଟି ହୁଏ ?
ଜିଙ୍କ ସଲଫେଟ
ହାଇଡ୍ରୋଜେନ ଗ୍ୟାସ
ଉଭୟ ଜିଙ୍କ ସଲଫେଟ ଓ ହାଇଡ୍ରୋଜେନ ଗ୍ୟାସ
ନାଇଟ୍ରିକ ଅମ୍ଳ
ମ୍ୟାଗ୍ନେସିୟମ ଧାତୁ କେଉଁ ଗ୍ୟାସ ସହ ପ୍ରତିକ୍ରିୟା କରି ଏକ ଧଳା ଚୂର୍ଣ୍ଣ ପ୍ରସ୍ତୁତ କରିଥାଏ ?
ଅମ୍ଳଜାନ
ଅଙ୍ଗାରକାମ୍ଳ
ନାଇତ୍ରୋଜେନ
ହାଲୋଜେନ
Mg +O2→MgO ସମୀକରଣଟି ସମତୁଲ ଅଟେ ।
TRUE
FALSE
Zn+H2SO4→ZnSO4+H2 ସମୀକରଣଟି ସମତୁଲ ନାହି ।
TRUE
FALSE
Fe+H2O→Fe3O4+H2 ସମୀକରଣଟି ସମତୁଲ ନାହି ।
TRUE
FALSE
aFe+bH2O→Fe3O4+cH2 ଏଠାରେ ବ୍ୟବହାର ହୋଇଥିବା a, b, c, ଓ d ର ମାନ ନିର୍ଣ୍ଣୟ କର ।
3,4,4
3,4, 5
2, 5, 4
3, 7, 6
ଯେତେବେଳେ ହାଇଡ୍ରୋଜେନ ଗ୍ୟାସ କ୍ଳୋରିନ ଦେଇ ଗତି କରାଯାଏ, ତେବେ କଣ ପ୍ରସ୍ତୁତ ହୋଇଥାଏ ?
KCl
HCl
NaCl
CuSo4
ଏଲୁମିନିୟମ ସଲଫେଟ ର ରାସାଯନିକ ସଙ୍କେତ କଣ ଅଟେ ?
AlSo4
Al2(SO4)3
AlSO3
AlOH
ସୋଡିଅମ ସଲଫେଟ ର ରାସାଯନିକ ସଙ୍କେତ କଣ ?
NaSO
NaSO4
Na2SO4
Na2(SO4)3
ନିମ୍ନଲିଖିତ କେଉଁଟି ଏକ ଜଳରେ ଦ୍ରବଣୀୟ ନୁହଁ ?
ସୋଡିଅମ ସଲଫେଟ
ସୋଡିଅମ ହାଇଡ୍ରୋଆକ୍ସାଇଡ
ବେରିୟମ ସଲଫେଟ
ସୋଡିଅମ କ୍ଳୋରାଇଡ
