WorksheetsSBA Phase 5
Total questions: 15
Worksheet time: 15mins
1. ନିମ୍ନୋକ୍ତ ଧାରା ମଧ୍ୟରୁ ଶିକ୍ଷା ଅଧିକାର ଅଧିନିୟମର କେଉଁ ଧାରା ରେ ମାନନିର୍ଦ୍ଧାରଣ କଥା ଉଲ୍ଲେଖ କରାଯାଇଛି?
ଧାରା 25
ଧାରା 27
ଧାରା 29
ଧାରା 31
2. ଜାତୀୟ ଉପଲବ୍ଧି ସର୍ବେକ୍ଷଣ 2021 କେଉଁ ପ୍ରକାରର ମାନନିର୍ଦ୍ଧାରଣ ଉପରେ ପର୍ଯ୍ୟବେଷିତ?
ବ୍ୟାପକ ସ୍ତରୀୟ ମାନନିର୍ଦ୍ଧାରଣ
ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ
ଉଭୟ a ଓ b
କୌଣସିଟି ନୁହେଁ
3. ନିମ୍ନଲିଖିତ ମଧ୍ୟରୁ କେଉଁଟି " ଶିକ୍ଷଣ ମାନ ନିର୍ଦ୍ଧାରଣ " ର ଉଦାହରଣ ନୁହେଁ ?
ବାର୍ଷିକ ପରୀକ୍ଷା
ଗୃହକାର୍ଯ୍ୟର ମାନ ନିର୍ଦ୍ଧାରଣ
ବୃତ୍ତି ପରୀକ୍ଷା
ଉପରୋକ୍ତ ସମସ୍ତ
4. ଶିକ୍ଷଣ ସମୟରେ ପିଲାମାନଙ୍କର ଶିକ୍ଷଣ ଅଗ୍ରଗତି ମାପି ଆବଶ୍ୟକ ଅନୁଯାୟୀ ନେବା ପାଇଁ କେଉଁଟି ସାହାଯ୍ୟ କରିଥାଏ ?
ଦକ୍ଷତା
ଧାରଣା
ଶିକ୍ଷଣ ଫଳାଫଳ
ପାଠ୍ୟକ୍ରମ ଲକ୍ଷ୍ୟ
5. "ବସ୍ତୁର ଆକାର/ଲମ୍ବ/ଓଜନ ଅନୁସାରେ ୫ଟି ବସ୍ତୁକୁ ସାନ ରୁ ବଡ କିମ୍ବା ବଡରୁ ସାନ କ୍ରମରେ ସଜାଡିବେ"-ଏହି ଉକ୍ତିଟି କାହାକୁ ବୁଝାଏ?
ଶିକ୍ଷଣ ଫଳାଫଳ
ଦକ୍ଷତା
ଶିକ୍ଷକ ଉଦ୍ଦେଶ୍ଯ
ପାଠ୍ୟକ୍ରମ ଲକ୍ଷ୍ଯ
6.ମାନ ନିର୍ଦ୍ଧାରଣ ପ୍ରକ୍ରିୟା ଶିକ୍ଷଣ ଫଳାଫଳକୁ ଆଧାର କରି କରାଯିବା ଆବଶ୍ୟକ କାହିଁକି?
ଶିକ୍ଷଣ ଫଳାଫଳ ଗୁଡିକ ସର୍ବଦା ପ୍ରସ୍ତାବିତ
ଶ୍ରେଣୀକାର୍ଯ୍ୟ ସମୟରେ ଏହା ବାସ୍ତବରେ ପ୍ରତିଫଳିତ
ଗୋଟିଏ ଦକ୍ଷତା ହାସଲ ପାଇଁ ଗୋଟିଏ ଶିକ୍ଷଣ ଫଳାଫଳ ଉଦ୍ଦିଷ୍ଟ
ଶିକ୍ଷଣ ଫଳାଫଳ ଗୁଡିକ ଆଧାରରେ ମାନ ନିର୍ଦ୍ଧାରଣ କରିବା ସହଜ
7. Bloom's Taxonomy ଅନୁଯାୟୀ ଶିକ୍ଷଣ ଉଦ୍ଦେଶ୍ୟ ସ୍ଥିରୀକୃତ କରିବା ପାଇଁ ସର୍ବନିମ୍ନ ଓ ସର୍ବୋଚ୍ଚ ସ୍ତରଟି କ'ଣ ?
ମନେପକେଇବା, ବିଶ୍ଳେଷଣ କରିବା
ମନେପକେଇବା, ସୃଷ୍ଟି କରିବା
ମନେପକେଇବା, ବୁଝିବା
ମନେପକେଇବା, ମୂଲ୍ୟାୟନ କରିବା
8. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ କୌଶଳ ନୁହେଁ?
ପର୍ଯ୍ୟବେକ୍ଷଣ
ପ୍ରକଳ୍ପ କାର୍ଯ୍ୟ
ପରୀକ୍ଷଣ
ରୁବ୍ରିକ୍ସ
9. ମାନନିର୍ଦ୍ଧାରଣ ମାଧ୍ୟମକୁ କଣ କୁହାଯାଏ?
ସାଧନୀ
ପକ୍ରିୟା
କୌଶଳ
ପନ୍ଥା
10. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିକ୍ଷାର୍ଥୀଙ୍କର କୃତୀକୁ ମୂଲ୍ୟାୟନ ନିମନ୍ତେ ବ୍ୟବହାର କରାଯାଏ?
ଘଟଣାବଳୀ ବିବରଣୀ
ପୋର୍ଟଫୋଲିଓ
ପ୍ରକଳ୍ପ କାର୍ଯ୍ୟ
ସୋସିଓମେଟ୍ରି
11. ସବୁ ନ୍ୟସ୍ତ କାର୍ଯ୍ୟ ପ୍ରକଳ୍ପ କାର୍ଯ୍ୟ ନୁହେଁ କାହିଁକି ?
ନ୍ୟସ୍ତ କାର୍ଯ୍ୟର ମାନନିର୍ଦ୍ଧାରଣ ନିମମ୍ତେ ବିଭିନ୍ନ କୌଶଳର ଆବଶ୍ୟକତା ପଡ଼ିଥାଏ ।
ନ୍ୟସ୍ତ କାର୍ଯ୍ୟରେ ଅନ୍ୟର ସହାୟତା ଆବଶ୍ୟକ ପଡ଼ିନପାରେ ।
ନ୍ୟସ୍ତ କାର୍ଯ୍ୟ ସମ୍ପାଦନର ପରିବେଶ ସୀମିତ
ନ୍ୟସ୍ତ କାର୍ଯ୍ୟ ପ୍ରଶ୍ନୋତ୍ତର ମଧ୍ୟରେ ସୀମିତ
12. ମାନ ନିର୍ଦ୍ଧାରଣରୁ ମିଳୁଥିବା ତଥ୍ୟ ଶିକ୍ଷକଙ୍କୁ କିପରି ସାହାଯ୍ୟ କରେ ?
ଶିକ୍ଷଣ ପ୍ରକ୍ରିୟା ପରିବର୍ତ୍ତନ ରେ ସାହାଯ୍ୟ କରେ
ଶିକ୍ଷାର୍ଥୀର ଦୁର୍ବଳତା ଚି଼ହ୍ନଟକରିବାରେ ସାହାଯ୍ୟ କରେ
ଶିକ୍ଷାର୍ଥୀର ମୂଲ୍ୟାୟନ କରିବାରେ ସାହାଯ୍ୟ କରେ
ଉପରୋକ୍ତ ସମସ୍ତ
13. ନିମ୍ନଲିଖିତ ମଧ୍ୟରୁ କେଉଁଟି ସାମଗ୍ରିକ ମାନନିର୍ଦ୍ଧାରଣ ପରିସ୍ଥିତି କୁ ସୂଚାଉଛି?
ଶିକ୍ଷକ ଓ ଶିକ୍ଷାର୍ଥୀ ଦ୍ୱାରା ମାନନିର୍ଦ୍ଧାରଣ
ଶିକ୍ଷକ ଓ ଅଭିଭାବକଙ୍କ ଦ୍ୱାରା ମାନନିର୍ଦ୍ଧାରଣ
ଶିକ୍ଷାର୍ଥୀ ଓ ଅଭିଭାବକ ଦ୍ୱାରା ମାନନିର୍ଦ୍ଧାରଣ
ଶିକ୍ଷକ, ଶିକ୍ଷାର୍ଥୀ ଓ ଅଭିଭାବକଙ୍କ ଦ୍ୱାରା ମାନନିର୍ଦ୍ଧାରଣ
14. ସାମଗ୍ରିକ ପ୍ରଗତି ପତ୍ରର ବ୍ୟବହାର ନିମଲିଖିତ ମଧ୍ୟରୁ କେଉଁ ପରିସ୍ଥିତିରେ ଅଧିକ ଉପଯୋଗୀ ହେବ?
ଶିକ୍ଷାର୍ଥୀ-ଶିକ୍ଷାର୍ଥୀ ମଧ୍ୟରେ ତୁଳନା
ଶିକ୍ଷାର୍ଥୀର ଦୁର୍ବଳତା ଚିହ୍ନଟ
ଶିକ୍ଷଣ ପକ୍ରିୟାକୁ ଉନ୍ନତ କରିବା
ଶିକ୍ଷାର୍ଥୀର ସ୍ତର ନିର୍ଣ୍ଣୟ
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ମାନନିର୍ଦ୍ଧାରଣ ପ୍ରକ୍ରିୟାର ଉଦ୍ଦେଶ୍ୟ ?
ଶିକ୍ଷାର୍ଥୀର ବୌଦ୍ଧିକ ସ୍ତର ଜାଣିବା ପାଇଁ
ଶିକ୍ଷାର୍ଥୀର ସହ-ବୌଦ୍ଧିକ ସ୍ତର ଜାଣିବା ପାଇଁ
ଶିକ୍ଷାର୍ଥୀର ସହ-ବୌଦ୍ଧିକ ସ୍ତର ଜାଣିବା ପାଇଁ
ଶିକ୍ଷାର୍ଥୀର ଶିକ୍ଷଣ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ
