wayground logo

Free Printable Worksheets

NEW

Font size

S
M
L
XL
Worksheets

ସ୍ୱାସ୍ଥ୍ୟ ଓ ରୋଗ

Total questions: 15

Worksheet time: 15mins

Name
Class
Date
1.

ଜଣେ ନିୟମିତ ଭାବେ ଭାତ, ଡାଲି ଓ ମାଂସ ତରକାରି ଖାଇଲେ ତା'ର ଶରୀରରେ କେଉଁ ଖାଦ୍ୟସାର ଅଭାବ ଦେଖାଯିବ ?

a)

ଶ୍ୱେତସାର

b)

ପୁଷ୍ଟିସାର

c)

ସ୍ନେହସାର

d)

ଧାତୁସାର

2.

ଦେହରେ ପାଣି ଜମିଯାଇ ଗୋଡ଼ ହାତ ବୁଲିଯିବା, କେଉଁ ଭିଟାମିନ୍ ଅଭାବରୁ ହୁଏ ?

a)

ଭିଟାମିନ୍ - A

b)

ଭିଟାମିନ୍ - B

c)

ଭିଟାମିନ୍ - C

d)

ଭିଟାମିନ୍ - D

3.

ବାର୍ଡ ଫ୍ଳୁ କେଉଁ ପ୍ରକାର ରୋଗ ଅଟେ ?

a)

ଜୀବାଣୁ ଜନିତ

b)

ଭୁତାଣୁ ଜନିତ

c)

କବକ ଜନିତ

d)

ଆଦିପ୍ରାଣୀ ଜନିତ

4.

ଶିଶୁକୁ ୫ ବର୍ଷ ବୟସରେ କେଉଁ ଟୀକା ଦିଆଯାଏ ?

a)

ଡି.ପି.ଟି.

b)

ଡି.ଟି.

c)

ପୋଲିଓ ବୁଷ୍ଟର୍

d)

ହେପାଟାଇଟିସ୍-ବି

5.

ବନ୍ଧାକୋବି,ଶାଗ, ବିଲାତି ବାଇଗଣ, ଭେଣ୍ଡି, ସପୁରୀ ଆଦି କି ପ୍ରକାର ଖାଦ୍ୟ ?

a)

ଶ୍ୱେତସାର

b)

ପୁଷ୍ଟିସାର

c)

ସ୍ନେହସାର

d)

ଧାତୁସାର

6.

ଗାଲୁଆ ରୋଗ କାହା ମାଧ୍ୟମରେ ବ୍ୟାପିଥାଏ ?

a)

ଦୂଷିତ ଜଳ

b)

ବାୟୁ

c)

କୀଟ ପତଙ୍ଗ

d)

ପ୍ରତ୍ୟକ୍ଷ ସଂସ୍ପର୍ଶରେ

7.

କେଉଁ ଭିଟାମିନ୍ ଉଦ୍ଭିଦ ଜାତୀୟ ଖାଦ୍ୟରୁ ମିଳେ ନାହିଁ ?

a)

ଭିଟାମିନ୍ B-12

b)

ଭିଟାମିନ୍ B-1

c)

ଭିଟାମିନ୍ B-2

d)

ଭିଟାମିନ୍ - C

8.

ଏମାନଙ୍କ ମଧ୍ୟରୁ କେଉଁ ରୋଗଟି ପ୍ରତ୍ୟକ୍ଷ ସଂସ୍ପର୍ଶରେ ବ୍ୟାପେ ନାହିଁ ?

a)

କାଛୁ

b)

କୁଣ୍ଡିଆ

c)

ବସନ୍ତ

d)

ଅନ୍ଧାରକଣା

9.

ନିମ୍ନ ଲିଖିତ ମଧ୍ୟରୁ କେଉଁଟିରେ ଭିଟାମିନ୍ -A ଥାଏ ?

a)

ଗାଜର

b)

ପିଜୁଳି

c)

ଡାଲି

d)

ପାଉଁରୁଟି

10.

କେଉଁଟି ସ୍କର୍ଭି ରୋଗର ଏକ ଲକ୍ଷଣ ଅଟେ ?

a)

ଚର୍ମ ଶୁଖିଲା ଦେଖାଯିବା

b)

ହାତଗୋଡ ସରୁ ହୋଇଯିବା

c)

ଦାନ୍ତ ମାଢ଼ି ବୁଲିଯିବା ଓ ଘଆ' ଚଞ୍ଚଳ ନ ଶୁଖିବା

d)

ପାଟି ଓ ଜିଭରେ ଘା' ହେବା

11.

ଶରୀର ବୃଦ୍ଧି ଓ ସ୍ୱାସ୍ଥ୍ୟରକ୍ଷା ନିମନ୍ତେ କେଉଁ ସାର ଏକାନ୍ତ ଆବଶ୍ୟକ ?

a)

ଶ୍ୱେତସାର

b)

ପୁଷ୍ଟିସାର

c)

ଜୀବସାର

d)

ସ୍ନେହସାର

12.

ଧାତୁସାରଯୁକ୍ତ ଖାଦ୍ୟ ଖାଇଲେ ଆମ ଶରୀରର କି ଉପକାର ହୁଏ?

a)

ହାଡ ଶକ୍ତ ହୁଏ

b)

ହାଡ ଶକ୍ତ ହୁଏ ଓ ରକ୍ତ ତିଆରି ହୁଏ

c)

ଶରୀର ବୃଦ୍ଧି ହୁଏ

d)

ବଳ ଓ ଶକ୍ତି ମିଳେ

13.

ସୁଜି,ମକା, ଵୁଟ,ଗାଜର- ଖାଦ୍ୟସାର ଅନୁସାରେ ଏମାନଙ୍କ ମଧ୍ୟରୁ କେଉଁଟି ଅଲଗା ?

a)

ସୁଜି

b)

ମକା

c)

ବୁଟ

d)

ଗାଜର

14.

କେଉଁଟି ଗୋଟିଏ ସୁଷମ ଖାଦ୍ୟର ଉଦାହରଣ ?

a)

ମାଛ

b)

ମାଂସ

c)

କ୍ଷୀର

d)

ଅଣ୍ଡା

15.

ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ----- ଖାଦ୍ୟ ଖାଇବା ଉଚିତ୍ ?

a)

ସନ୍ତୁଳିତ

b)

ଅଧିକ ପରିମାଣର

c)

ସବୁ ପ୍ରକାର

d)

କମ୍ ପରିମାଣର